ସ୍ୱୀକାର ପକ୍ଷରୁ ଆୟୋଜିତ ‘ପ୍ରତିଭା ସମ୍ମାନ ସମାରୋହରେ’ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର
ପ୍ରମୁଖ ଶାସନ ସଚିବ ଡକ୍ଟର ପି.କେ. ମିଶ୍ର ଉଦ୍‌ବୋଧନ ଦେଉଛନ୍ତି ।

‘ସ୍ୱୀକାର’ର ବାର୍ଷିକୋତ୍ସବରେ ‘ଆର୍ଟ୍ ଅଫ୍ ଲିଭିଂ’ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର
ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଫଟୋଚିତ୍ର ସାମ୍ନାରେ
ପ୍ରଦୀପ ପ୍ରଜ୍ଜ୍ୱଳନ କରୁଛନ୍ତି ।

‘ସ୍ୱୀକାର’ର ବାର୍ଷିକ ବିଶେଷାଙ୍କକୁ ଉନ୍ମୋଚନ କରୁଛନ୍ତି ‘ଆର୍ଟ୍ ଅଫ୍ ଲିଭିଂ’ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର

ଓଡିଶାର ମହାମହିମ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ,
ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଓ ପ୍ରଥିତନାମା ସାମ୍ବାଦିକ ରବି ଦାସ
‘ସ୍ୱୀକାର’ର ବାର୍ଷିକ ବିଶେଷାଙ୍କକୁ ଉନ୍ମୋଚନ କରୁଛନ୍ତି ।

‘ସ୍ୱୀକାର’ର ଉନବିଂଶତମ ବାର୍ଷିକୋତ୍ସବରେ କେନ୍ଦ୍ର ତୈଳ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ ଭାଷଣ ଦେଉଛନ୍ତି ।

୨୦୧୫ ମସିହାରେ ‘ସ୍ୱୀକାର’ ପକ୍ଷରୁ ଅର୍ଜୁନ ପୁରସ୍କାର ବିଜେତା ପାରା ବ୍ୟାଡମିଣ୍ଟନ
ଖେଳାଳୀ ପ୍ରମୋଦ ଭଗତ (ୱାର୍ଲ୍ଡ ର‌୍ୟାକିଂ ନଂ ୧)ଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି ।

“ସ୍ୱୀକାର” ଓଡ଼ିଶାର ଏକ ଭିନ୍ନ ସ୍ୱାଦର ରଙ୍ଗୀନ ସାପ୍ତାହିକ ପତ୍ରିକା । ଏହାର ପ୍ରତିଷ୍ଠାତା ସୁସାହିତ୍ୟିକ ତଥା ଆକାଶବାଣୀ କେନ୍ଦ୍ରର ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ ୰ ଶରତ ନାରାୟଣ ବେହେରାଙ୍କ ସମ୍ପାଦନାରେ “ସ୍ୱୀକାର” ସମ୍ବଲପୁରରୁ ଏକ ଦୈିନିକ ସମ୍ବାଦପତ୍ର ରୂପେ ଆତ୍ମପ୍ରକାଶ କରିଥିଲା । କିନ୍ତୁ ଚାରିବର୍ଷ ଏହା ପ୍ରକାଶ ପାଇବା ପରେ ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳ ନ ହୋଇ ଏକ ସାପ୍ତାହିକ ସମ୍ବାଦପତ୍ର ରୂପେ କିଛି ଦିନ ଧରି ପ୍ରକାଶ ପାଇଲା । ତେବେ ମୁଦ୍ରଣ ଶିଳ୍ପର ବିକାଶ ଏବଂ ସମ୍ବାଦପତ୍ର ପ୍ରକାଶନ ପାଇଁ ଆନୁଷଙ୍ଗିକ ଖର୍ଚ୍ଚ ବୃଦ୍ଧି ପାଇବାରୁ ତାହା ମଧ୍ୟ ବନ୍ଦ ହୋଇଗଲା । ଏହାର କିଛି ଦିନ ପରେ ୰ ବେହେରା ଦୈନିକ ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ର ମାନଙ୍କରେ ଦୀର୍ଘଦିନ ଧରି ସାମ୍ବାଦିକତା କରିଥିବା ସାମ୍ବାଦିକ ହେମନ୍ତ କୁମାର ମହାପାତ୍ରଙ୍କୁ ୨୦୦୮ ମସିହାରେ ଏହାର ମାଲିକାନା ହସ୍ତାନ୍ତର କରିଥିଲେ । ୨୦୦୮ ମସିହା ଅକ୍ଟୋବର ୨୬ ତାରିଖରେ ବହୁ ବର୍ଷ ଧରି ବନ୍ଦ ହୋଇ ପଡ଼ିରହିଥିବା “ସ୍ୱୀକାର” ହେମନ୍ତ କୁମାର ମହାପାତ୍ରଙ୍କ ସମ୍ପାଦନାରେ ଏକ ଭିନ୍ନ ସ୍ୱାଦର ରଙ୍ଗୀନ ସାପ୍ତାହିକ ପତ୍ରିକା ରୂପେ ପ୍ରକାଶ ପାଇଲା । ସେହିଦିନଠାରୁ ନିରବଚ୍ଛିନ୍ନ ଓ ନିୟମିତ ଭାବେ ଏହି ବାରପୃଷ୍ଠାର ସମ୍ବାଦପତ୍ର ଶ୍ରୀ ମହାପାତ୍ରଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଆସୁଛି । ପାଠକ ମହଲରେ ଦିନକୁ ଦିନ ଏହାର ଆଦୃତି ବୃଦ୍ଧି ପାଇବାରେ ଲାଗିଛି । ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇ ମଧ୍ୟ ଏହି ସମ୍ବାଦପତ୍ର ନିଜର ନିରପେକ୍ଷତା ବଜାୟ ରଖିଛି । ସମାଜରେ ହଇଚଇ ସୃଷ୍ଟି କରିବା କିମ୍ବା କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତିର ଚରିତ୍ର ସଂହାର କଲା ଭଳି କୌଣସି ସମ୍ବାଦ ଏହି ପତ୍ରିକାରେ ପ୍ରକାଶ ପାଇ ନାହିଁ । ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପ୍ରକାଶିତ ଏହି ସମ୍ବାଦପତ୍ର ନିଜ ଲକ୍ଷ୍ୟରୁ କେବେ ବିଚ୍ୟୁତ ହୋଇନାହିଁ । ଏପରିକି ସମାଜରେ ଘଟୁଥିବା ବିଭିନ୍ନ ପ୍ରକାର ଅପରାଧ ଜନିତ ସମ୍ବାଦକୁ ଏଥିରେ ସ୍ଥାନ ଦିଆଯାଏ ନାହିଁ । ବିଭିନ୍ନ ଫଳ ଓ ପନିପରିବାର ଉପକାରିତା, ଆଧ୍ୟାତ୍ମିକ ଓ ପ୍ରେରଣାଦାୟୀ ଲେଖାଗୁଡ଼ିକ ଏଥିରେ ନିୟମିତ ଭାବେ ପ୍ରକାଶିତ ହେଉଛି । ଏହା ଛଡ଼ା ପିଲାମାନଙ୍କ ପାଇଁ ଅନେକ ଶିକ୍ଷଣୀୟ ଲେଖା ସାଙ୍ଗକୁ ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର, ବିଭିନ୍ନ କ୍ଷେତ୍ରରେ ଲବ୍ଧପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଅନେକ ଉପାଦେୟ ଲେଖାମାନ ପ୍ରତ୍ୟେକ ସପ୍ତାହରେ ପ୍ରକାଶ ପାଉଛି । “ସ୍ୱୀକାର” ନିଜକୁ କେବଳ ଏକ ସମ୍ବାଦପତ୍ର ରୂପେ ସୀମିତ ନ ରଖି, ବର୍ଷର ବିଭିନ୍ନ ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ । ପ୍ରତ୍ୟେକ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ‘ବାର୍ଷିକ ସାରସ୍ୱତ ସମାରୋହ’ ଅନୁଷ୍ଠିତ ହୋଇଥାଏ । ଏହାଛଡା ପ୍ରତିଭା ସମ୍ମାନ ସମାରୋହ, ଆଲୋଚନାଚକ୍ର, ପଶ୍ଚିମ ଓଡ଼ିଶାର ଲୁପ୍ତକଳା ଗୁଡ଼ିକର ପୁନରୁଦ୍ଧାର ପାଇଁ କର୍ମଶାଳା ଓ ସମ୍ମିଳନୀ ମଧ୍ୟ ଆୟୋଜନ କରିଆସୁଛି ।
Home
ଲୋକକବିରତ୍ନ ହଳଧର ନାଗ, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଯଶସ୍ୱୀ କବି
Home
ସାଧୁ ମେହେର, ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତଥା ରାଷ୍ଟ୍ରୀୟ ପୁରସ୍କାର ବିଜୟୀ ଅଭିନେତା
Home
କୁନା‌ ‌ତ୍ରିପାଠୀ‌,‌ ‌ପ୍ରଖ୍ୟାତ‌ ‌ଅଭିନେତା‌
Home
ସବ୍ୟସାଚୀ ମହାପାତ୍ର, ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା