ପ୍ରତିଭା ସମ୍ମାନ ସମାରୋହ
୨୦୧୫ ମସିହାରେ ‘ସ୍ୱୀକାର’ ପକ୍ଷରୁ ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅତିରିକ୍ତ ପ୍ରମୁଖ ଶାସନ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପଶ୍ଚିମ ଓଡ଼ିଶାର ୯ ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ ।

ଡକ୍ଟର ଚତୁର୍ଭୁଜ ମେହେର, ପଦ୍ମଶ୍ରୀ ସମ୍ମାନାଳାଙ୍କୃତ ବାନ୍ଧଶିଳ୍ପୀ, ସୋନପୁର

ମୀନତି ମହାପାତ୍ର, ଅର୍ଜୁନ ପୁରସ୍କାର ପାଇଥିବା ଦେଶର ପ୍ରଥମ ମହିଳା ସାଇକ୍ଲିଷ୍ଟ ଓ ଓଡିଶାର ପ୍ରଥମ କ୍ରୀଡାବିତ୍, ରାଉରକେଲା

୰ସଦାନନ୍ଦ ଅଗ୍ରୱାଲ, ଖ୍ୟାତନାମା ଐତିହାସିକ ତଥା ଲିପିତତ୍ତ୍ୱବିତ୍, ସୋନପୁର

୰ବିଜୟ ବାହାଦୁର ସିଂହ ‘ବଚ୍ଚନ୍’, ପ୍ରଖ୍ୟାତ ଫୁଟ୍ବଲ୍ ଖେଳାଳୀ, ସମ୍ବଲପୁର

ଦୁଃଖନାଶନ ବେହେରା, ପ୍ରସିଦ୍ଧ ସଞ୍ଚାର ଗାୟକ, ସମ୍ବଲପୁର

ଅଭୟ ପଟ୍ଟନାୟକ, ବିଶିଷ୍ଟ କ୍ରୀଡାବିତ୍, ସୁନ୍ଦରଗଡ

ଅଲେଖ ସାହୁ, ପୁରୁଖା ସଞ୍ଚାର ଗାୟକ, ତାଲମେଣ୍ଡା, ବରଗଡ

ଋାଧେଶ୍ୟାମ ପଣ୍ଡା, ପ୍ରସିଦ୍ଧ ପାଲା ଗାୟକ, ସମ୍ବଲପୁର

ନବୀନ ଚନ୍ଦ୍ର ନାଏକ, ପୁରୁଖା ପାଲା ଗାୟକ, ଝାରସୁଗୁଡା