ବାର୍ଷିକ ସାରସ୍ୱତ ସମାରୋହ
‘ସ୍ୱୀକାର’ର ପ୍ରଥମ ବାର୍ଷିକ ସାରସ୍ୱତ ସମାରୋହରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ଉଦ୍ବୋଧନ ଦେଉଛନ୍ତି ।
(୨୦୧୪) ଦ୍ୱିତୀୟ ବାର୍ଷିକ ସାରସ୍ୱତ ସମାରୋହରେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ଲବ୍ଧପ୍ରତିଷ୍ଠିତ କଥାଶିଳ୍ପୀ ଡକ୍ଟର ପ୍ରତିଭା ରାୟ ।
(୨୦୧୫) ‘ସ୍ୱୀକାର’ର ତୃତୀୟ ବାର୍ଷିକ ସାରସ୍ୱତ ସମାରୋହରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ସାରଳା ପୁରସ୍କାର ବିଜେତା ଶ୍ରୀ ମନୋଜ ପଣ୍ଡାଙ୍କୁ ସମ୍ମାନିତ କରୁଛନ୍ତି ।
(୨୦୧୬) ଚତୁର୍ଥ ବାର୍ଷିକ ସାରସ୍ୱତ ସମାରୋହରେ ଖ୍ୟାତନାମା ଚିତ୍ରଶିଳ୍ପୀ ତଥା ଲେଖକ ୰ ଡକ୍ଟର ଦୀନାନାଥ ପାଠୀ, ପଦ୍ମଶ୍ରୀ ସମ୍ମାନାଳାଙ୍କୃତ ଲୋକକବିରତ୍ନ ହଳଧର ନାଗ ଓ ସାରଳା ପୁରସ୍କାର ବିଜେତା ସାହିତ୍ୟିକ ମନୋଜ ପଣ୍ଡା ମଞ୍ଚାସୀନ ଅଛନ୍ତି ।
(୨୦୧୭) ପଞ୍ଚମ ‘ସ୍ୱୀକାର ବାର୍ଷିକ ସାରସ୍ୱତ ସମାରୋହରେ’ ବିଶିଷ୍ଟ ଗାଳ୍ପିକ ତଥା ଓଡ଼ିଶା କେନ୍ଦ୍ର ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ଡକ୍ଟର ରାମଚନ୍ଦ୍ର ବେହେରା, ଯଶସ୍ୱୀ ବାଗ୍ମୀ ଡାକ୍ତର କୃଷ୍ଣ କେଶବ ଷଡ଼ଙ୍ଗୀ, ସାହିତ୍ୟିକ ପ୍ରଫେସର ରାଜ କିଶୋର ମିଶ୍ର ପ୍ରମୁଖ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଳ ସାହିତ୍ୟ ପୁରସ୍କାର ବିଜେତା ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନ ସିଂହଙ୍କୁ ସମ୍ମାନିତ କରୁଛନ୍ତି ।
(୨୦୧୮) ‘ସ୍ୱୀକାର’ର ଷଷ୍ଠ ବାର୍ଷିକ ସାରସ୍ୱତ ସମାରୋହରେ ପ୍ରଫେସର ବାଉରୀ ବନ୍ଧୁ ସାହୁ, ଶ୍ରୀମତୀ ବିଜୟିନୀ ଶତପଥୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଅଛନ୍ତି ।
(୨୦୧୯) ସପ୍ତମ ବାର୍ଷିକ ସାରସ୍ୱତ ସମାରୋହରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ମୁଖ୍ୟ ନିଳାଦ୍ରୀ ମୋହନ ଶତପଥୀଙ୍କୁ ସମ୍ମାନିତ କରୁଛନ୍ତି ।