ସମ୍ପ୍ରଦା ୨୦୧୭
ସଂପର୍ଦ୍ଦା ଗୁରୁ ଜିତେନ୍ଦ୍ର ପ୍ରଧାନଙ୍କୁ ‘ସ୍ୱୀକାର’ ପକ୍ଷରୁ ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ସମ୍ମାନିତ କରୁଛନ୍ତି ।
ସଂପର୍ଦ୍ଦା କଳାର ପ୍ରଦର୍ଶନ ।
ସାପ୍ତାହିକ ‘ସ୍ୱୀକାର’ ପକ୍ଷରୁ ୨୦୧୭ ମସିହାରେ ଆୟୋଜିତ ରାଜ୍ୟସ୍ତରୀୟ ସଂପର୍ଦ୍ଦା କଳାକାର ସମ୍ମିଳନୀ ଓ କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଅନ୍ୟାନ୍ୟ ଅତିଥି ମାନଙ୍କ ଗହଣରେ ମଞ୍ଚାସୀନ ।
ସଂପର୍ଦ୍ଦା କଳାର ପ୍ରଦର୍ଶନ ।
ସମ୍ପ୍ରଦା ୨୦୧୯
‘ସ୍ୱୀକାର’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସଂପର୍ଦ୍ଦା କଳାକାର ସମ୍ମିଳନୀ ଓ କର୍ମଶାଳାରେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ରୀକାନ୍ତ ମହାପାତ୍ର ଉଦ୍ବୋଧନ ଦେଉଛନ୍ତି ।
‘ସ୍ୱୀକାର’ ସଂପାଦକ ଶ୍ରୀ ହେମନ୍ତ କୁମାର ମହାପାତ୍ରଙ୍କ ଦ୍ୱାରା ପ୍ରକାଶିତ ଜିତେନ୍ଦ୍ର ପ୍ରଧାନଙ୍କ ପୁସ୍ତକ ସଂପର୍ଦ୍ଦାର ଗୀତ, ତାଳ ଓ ମାନ ପୁସ୍ତକର ଉନ୍ମୋଚନ ଉତ୍ସବ ।
‘ସ୍ୱୀକାର’ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସଂପର୍ଦ୍ଦା କଳାକାର ସମ୍ମିଳନୀ ଓ କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ବେହେରା, ବିଶିଷ୍ଟ ବାଦ୍ୟ ବିଶାରଦ ଡକ୍ଟର ଘାସିରାମ ମିଶ୍ର ଓ ପ୍ରଫେସର ମୀନକେତନ ପୁରୋହିତ ପ୍ରମୁଖ ମଞ୍ଚାସୀନ ଅଛନ୍ତି ।