ବାର୍ଷିକ ଉତ୍ସବ ୨୦୧୫
୨୦୧୫ ମସିହାରେ ସମ୍ବଲପୁର ସ୍ଥିତ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ‘ସ୍ୱୀକାର’ର ଉନବିଂଶତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା । ଏଥିରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ପଦ୍ମଶ୍ରୀ ସମ୍ମାନାଳାଙ୍କୃତ ବାନ୍ଧଶିଳ୍ପୀ ଡକ୍ଟର ଚତୁର୍ଭୁଜ ମେହେର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ଆଦର୍ଶ ପରିବେଶ କର୍ମୀ ପ୍ରଫେସର ଧ୍ରୁବରାଜ ନାଏକ, ଭିମ୍ସାର ଅଧ୍ୟକ୍ଷ ଡାକ୍ତର ବ୍ରଜମୋହନ ମିଶ୍ର ଓ ଓଡିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ସାଧୁଚରଣ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।